logo

କେନ୍ଦୁଝର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ଆଲୋକ ସଭାପତି, ବିନିତା ଉପସଭାପତି ଓ ସଞ୍ଜିତ ସମ୍ପାଦକ ନିର୍ବାଚିତ

କେନ୍ଦୁଝର ରେ ଅନୁଷ୍ଠିତ ହେଉଥିବା ସମସ୍ତ ଆଇନଜୀବି ସଂଘର ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ସଦର ମହକୁମାଠାରେ ଥିବା ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶନିବାର ଦିନ ହୋଇଛି । ପୁର୍ବରୁ ଯୁଗ୍ମ ଓ କାର୍ଯ୍ୟ ନିର୍ବାହୀ ସଦସ୍ୟ ଯୁଗ୍ମ ସମ୍ପାଦକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାବେଳେ ଶନିବାର ଦିନ ସଭାପତି, ଉପସଭାପ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଓ ହୋଇଥିଲା । ସଭାପତି ଭାବେ ଆଲୋକ କୁମାର ମହାନ୍ତ ନିକଟତମ ପ୍ରତିଦ୍ଵନ୍ଦୀ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତୀଙ୍କୁ ୬୭ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଆଲୋକ ମହାନ୍ତ ୨୨୮ ଖଣ୍ଡ ଭୋଟ ପାଇଥିବାବେଳେ ଆଶିଷ ଚକ୍ରବର୍ତୀ ୧୬୧ ଖଣ୍ଡ, ଦୁଷ୍ମନ୍ତ ଜେନା ୧୯, ବିରଂଜନ ମହାପାତ୍ର ୩ ଖଣ୍ଡ ଭୋଟ ପାଇଛନ୍ତି । ପୂର୍ବରୁ ଆଶିଷ ଓ ଆଲୋକ ମିଶି ନିର୍ବାଚନ ଲଢ଼ି ଆସୁଥିବାବେଳେ ଚଳିତ ନିର୍ବାଚନରେ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢିବା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା । ସେହିପରି ଉପସଭାପତି ବିନିତା ଦାଶ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ କ୍ରମାଗତ ଭାବେ ଦ୍ବିତୀୟ ଥର ସଂଜିତ ଦାସ ନିର୍ବାଚିତ ହୋଇଛନ୍ତି । ସେହିପରି ନିଦ୍ବନ୍ଦରେ ଯୁଗ୍ମ ସମ୍ପାଦକ ଭାବେ କରୁଣାକର ବ୍ରହ୍ମ, ତାରିଣୀ ପ୍ରସାଦ ପୋଥାଳ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ବାରୁଣି ନାୟକ, ହଳଧର ମହାନ୍ତ, ଯୁଧୁଷ୍ଠିର ନାଏକ, ପୂର୍ଣ୍ଣଚନ୍ଦ୍ର ବେଜ,ରାଜେନ୍ଦ୍ର ସାହୁ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି, ।

0
0 views